ଶିମିଳିପାଳ ଓ ଅନ୍ୟ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଗଠନ ହେଲା ଟାସ୍କ ଫୋର୍ସ, ନିଆଁକୁ ତୁରନ୍ତ ଆୟତ୍ତ କରାଯିବ

କେନ୍ୟୁଜ୍(ବ୍ୟୁରୋ): ହୂତ ହୂତ ହୋଇ ଜଳୁଛି  ଜଙ୍ଗଲ । ଶିମିଳିପାଳ ଅଭ୍ୟାରଣ୍ୟ ଠାରୁ ଆରମ୍ଭ କରି ନୟାଗଡ,ଦେବଗଡରେ ଅନେକ ଜଙ୍ଗଲରେ ଲାଗିଛି ନିଆଁ । ବନ୍ୟ ଜନ୍ତୁ  ଏବେ ଅସୁରକ୍ଷୀତ ଅଛନ୍ତି। ନିଆଁ ଲାଗିବାର କାରଣ ଏବଂ ଆୟତ୍ତ କରିବା ପାଇଁ ସରକାର ଗଠନ କରିଛନ୍ତି ଟାକ୍ସ ଫୋର୍ସ । ଏହି ଟାସ୍କ ଫୋର୍ସ ପ୍ରଚଳିତ ଫାୟାର ମ୍ୟାନେଜମେଣ୍ଟ ପ୍ରୋଟକଲର ବୃଦ୍ଧି ପାଇଁ କଣ ପଦକ୍ଷେପ ନିଆଯିବ ତାହା ଉପରେ ସରକାରଙ୍କୁ ସୁପାରିସ କରିବ। ଅଗ୍ନିକାଣ୍ଡ ପରିଚାଳନା ଓ ନିରାକରଣରେ ଗୋଷ୍ଠୀଗତ ଭାଗୀଦାରିତାକୁ କିପରି ବ୍ୟାପକ କରାଯିବ ସେନେଇ ସୁପାରିସ କରିବ ଟାସ୍କଫୋର୍ସ ।

ଜଙ୍ଗଲରେ ନିଆଁ ଲିଭିବା ପରେ କ୍ଷୟକ୍ଷତି, ବନ୍ୟଜନ୍ତୁଙ୍କ ପ୍ରାଣହାନୀ ଓ ଜୈବବିବିଧତାର ଆକଳନ କରାଯିବ । ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ।  ଫେବ୍ରୁଆରୀ ୧୫ରୁ ଜୁନ୍ ୧୫ ପର୍ଯ୍ୟନ୍ତ ଅଗ୍ନି ଋତୁ କୁହାଯାଏ । ଏହି ସମୟରେ ବିଭିନ୍ନ ଜଙ୍ଗରେ ନିଆଁ ଲାଗେ । ଶିମିଳିପାଳ ନିଆଁ ଲିଭାଇବା ପାଇଁ ୧୧୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୧୧ ହଜାର ପଏଣ୍ଟରେ ନିଆଁ ଲାଗିଥିଲା । ଏଥିରେ କୌଣସି ଜୀବଜନ୍ତୁ ମୃତ୍ୟୁ ହୋଇନାହିଁ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ।

ଶିମିଳିପାଳ ଜଙ୍ଗଲରେ ନିଆଁ ନିୟନ୍ତ୍ରଣରେ ରହିଛି । ଶିମିଳିପାଳ ଟାଇଗର ରିଜର୍ଭ କର୍ମଚାରୀ ଓ ଫାୟାର ସ୍କ୍ଵାଡ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ନିଆଁ ଲିଭାଇଛନ୍ତି । ନିଆଁଲିଭା  କାର୍ଯ୍ୟରେ  ଆଡଭାନ୍ସଡ ସାଟେଲାଇଟକୁ ବ୍ୟବହାର କରାଯାଉଛି । ଲାଗିଥିବା ନିଆଁରେ କୌଣସି ବନ୍ୟଜନ୍ତୁଙ୍କ କ୍ଷୟକ୍ଷତି ହୋଇନଥିବା କହିଛନ୍ତି ମୟୁରଭଞ୍ଜ ଜିଲ୍ଲାପାଳ । ଏହି ନିଆଁଲିଭା କାର୍ଯ୍ୟରେ  ବାଙ୍ଗିରିପୋଷି ପୋଲିସ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି । ଦିନ ରାତି ଏକ କରି ନିଆଁଲିଭା  କାର୍ଯ୍ୟ ତୁଲାଇଛନ୍ତି ବାଙ୍ଗିରିପୋଷି ପୋଲିସ । ଜୈବ ବିବିଧତାର ସୁରକ୍ଷାରେ ଲାଗିଛନ୍ତି ମୟୁରଭଞ୍ଜ ଏସପି । ରାଜ୍ୟ ସରକାର ଙ୍କର ଜଂଗଲ ଏବଂ ପରିବେଶ ବିଭାଗ ସବୁ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେମାନଙ୍କ ଅଞ୍ଚଳରେ  ଥିବା ଜଙ୍ଗଲର ସ୍ଥିତି କିଭଳି ରହିଛି ତାହା ଜିଳ୍ଳାପାଳ ଏବଂ ବିଭାଗକୁ ପ୍ରତିଦିନ ଜଣାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.