ଦେଶବିଦେଶରେ ମହକିବ କୋରାପୁଟ କଫି, ବିକ୍ରି ପାଇଁ ସହମତି ପ୍ରକାଶ କଲା ଟାଟା କଫି

କୋରାପୁଟ(କେ.ନ୍ୟୁଜ): ଦେଶବିଦେଶରେ ମହକିବ କୋରାପୁଟ କଫି। କୋରାପୁଟ କଫିର ବିକ୍ରି ବଟା ପାଇଁ ଟାଟା କଫି ସହମତି ପ୍ରକାଶ କରିଛି। ଏନେଇ କୋରାପୁଟ କସମପଦର ଗାଁର ସଫଳ କଫି ଚାଷୀ ସୁଲୋଚନା ଖରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ପ୍ରଶଂସା କରିଛନ୍ତି। କୋରାପୁଟର କଫି ଚାଷୀଙ୍କ ସମୃଦ୍ଧି ପାଇଁ ଏକ ନୂଆ ଆଶାର କିରଣ ବୋଲି କହିଛନ୍ତି ନବୀନ। କଫି ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତିରେ ଏହା ବଡ଼ ଭୂମିକା ର୍ନିବାହ କରିବ ବୋଲି ସେ କହିଛନ୍ତି।

କୋରାପୁଟ କଫି ଦେଶ ବିଦେଶର କୋଣଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ ଟାଟା କଫି ବିକ୍ରିବଟା କରିବାକୁ ସହମତି ପ୍ରକାଶ କରିଛି। ଟିଡିସିସିଓଏଲକୁ ୨୦୦ କେଜିରୁ ଊର୍ଦ୍ଧ୍ୱ କଫି ଫଳ ବିକ୍ରି କରି ସୁଲୋଚନା ଖର ସଫଳ କଫି ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। କୋଭିଡ ସଙ୍କଟ ସମୟରେ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.