ପୂରଣ ହେଲାନି ପ୍ରତିଶୃତି : ୨୦ଦିନ ହେଲା ଖରା, ବର୍ଷାରେ ରାଜରାସ୍ତାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ

ଭୁବନେଶ୍ୱର (କେନ୍ୟୁଜ୍) : କଣ୍ଟ ପୂରିଲା, ହେଲେ ପୂରଣ ହେଲାନି ପ୍ରତିଶୃତି। ୨୦ଦିନ ହେଲା ଖରା, ବର୍ଷାରେ ଭୁବନେଶ୍ୱର ରାଜରାସ୍ତାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ। ଆସନ୍ତାକାଲି ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ସଂଘ। ୬୦ହଜାରରୁ ଅଧିକ ଶିକ୍ଷକ ଲୋୟର ପିଏମଜିରେ ଶୋଭାଯାତ୍ରା କରିବେ। ମିଳିତ ମଞ୍ଚ ଷ୍ଟିୟରିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

୬ତାରିଖରୁ ରାଜ୍ୟର ସମସ୍ତ ବ୍ଲକଗ୍ରାଣ୍ଟ ସ୍କୁଲ, ଓ କଲେଜ ଅନିର୍ଦ୍ଧିଷ୍ଟକାଳ ପର୍ୟ୍ୟନ୍ତ ବନ୍ଦ ରହିବ। ଆନ୍ଦୋଳନ ଫଳରେ ରାଜ୍ୟରେ ଥିବା ୨ହଜାର ୫୦୦ ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ଓ ୧ହଜାର ୫୦୦ ବ୍ଲକଗ୍ରାଣ୍ଟ କଲେଜରେ ପାଠପଢ଼ା ପ୍ରଭାବିତ ହୋଇଛି । ପୂର୍ଣ୍ଣ ଅନୁଦାନ ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ, ସପ୍ତମ ବେତନ କମିଶନ ସୁପାରିସ ଲାଗୁ, ବକେୟା ଦରମା ପ୍ରଦାନ ଆଦି ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛି ମଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.