ସରକାରଙ୍କ ନିୟମ ଉଲ୍ଲଂଘନ କରିବା ଶିକ୍ଷକଙ୍କୁ ପଡିବ ମହଙ୍ଗା, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଗଜପତି(କେନ୍ୟୁଜ୍‌): କରୋନା ମହାମାରୀ ସହ ଲଢେଇ କରିବାକୁ ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ସମନ୍ୱୟ ରଖି ଏକତାର ସହ କାମକରିବାକୁ ବିଭିନ୍ନ ପ୍ରୟାସ କରିଛନ୍ତି । ଯାହାକୁ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀ ମାନିଛନ୍ତି କିନ୍ତୁ କିଛି ଅମାନିୟା ମଧ୍ୟ ରହିଥିବା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ଗଜପତି ଜିଲ୍ଲାର ଆଦିବାସୀ ଅଧୂଷିତ ରାୟଗଡ ବ୍ଲକ ଅନ୍ତର୍ଗତ କଇଠପଦର ଗ୍ରାମ। ଏଠାରେ ରହିଛି ଓଡିଶା ଆର୍ଦଶ ବିଦ୍ୟାଳୟ । ଯେଉଁ ଠାରେ ୧୧ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ତେବେ ରାଜ୍ୟ ସରକାର କରୋନା ସହ ଲଢେଇ ପାଇଁ ପ୍ରଶାସନ ସହ ଶିକ୍ଷା ବିଭାଗର କର୍ମଚାରୀ ମାନଙ୍କୁ ସମ୍ପୂର୍ଣ୍ଣ ସହେଯାଗ କରିବାକୁ ଏବଂ ହେଡକ୍ୱାଟର ନଛାଡିବାକୁ ସ୍କୁଲ ଓ ମାସ ଏଜୁକେସନ ବିଭାଗର ୧୬.୦୩.୨୦୨୦ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ।

ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ଗଜପତି ୨୪.୦୩.୨୦୨୦ରେ ଜିଲ୍ଲାର ସମସ୍ତ ସ୍କୁଲକୁ ଚିଠି କରିଥିଲେ । ଉକ୍ତ ଚିଠିରେ ହେଡକ୍ୱାଟରରେ ରହିବା ସହ ଜନସାଧାରଣ, ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାଇପେଣ୍ଡଣ୍‌, ସୁଖିଲା ଖାଦ୍ୟ, ପିଡିଏସ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବାରେ ସାହାଯ୍ୟ କରିବେ କିନ୍ତୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଠପଦର ଓଡିଶା ଆର୍ଦଶ ବିଦ୍ୟାଳୟର ୫ଜଣ ଶିକ୍ଷକ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ହେଡକ୍ୱାଟରରେ ରହିନଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଏହି ଶିକ୍ଷକ ମାନେ ପାଠ୍ୟ ପୁସ୍ତକ ବଣ୍ଟନ ପାଇଁ ତିନିଦିନ ରଜ ପରେ ଆସି ପୁଣି ଚାଲିଯାଇଥିବା ଜଣାପଡିଛି ।

ସୂଚନା ମୁତାବକ ରାୟଗଡ ବ୍ଲକ ପ୍ରସାଶନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଉକ୍ତ ବିଦ୍ୟାଳୟର ଶିକ୍ଷକମାନେ ଉକ୍ତ ବିଦ୍ୟାଳୟ କ୍ୱାରାଣ୍ଟାଇନ କେନ୍ଦ୍ର ହୋଇଥିବାରୁ ସହେଯାଗ କରିନଥିବା ଅଭିଯୋଗ କରିବା ପରେ ଏହି ଘଟଣା ପ୍ରଘଟ ହୋଇଥିଲା। ଯାହାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ ଏକ ତଦନ୍ତ ରିପୋର୍ଟ ୨୯.୦୭.୨୦୨୦ରେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ କିନ୍ତୁ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ସୂଚନା ମୁତାବକ ଉକ୍ତ ଶିକ୍ଷକମାନେ ହେଉଛନ୍ତି, ପୁରୀ ଜିଲ୍ଲାର ଶୁମନ୍ତ କୁମାର ସତପଥି, ବିଭୁଦତ୍ତ ଭୋଇ, ଅକ୍ଷୟ କୁମାର ମଲ୍ଲୀକ, ବ୍ରହ୍ମପୁରର ଦିଲ୍ଲୀପ କୁମାର ଜେନା ଓ ଅଜିତ କୁମାର ନାୟକ । ତେବେ ଏହି ୫ଜଣ ଶିକ୍ଷକ ବିଦ୍ୟାଳୟ ଅଧ୍ୟକ୍ଷକଙ୍କ କୌଣସି ଅନୁମତି ନନେଇ ହେଡକ୍ୱାଟର ଛାଡିବାକୁ କହିଥିବା ବେଳେ ୫ଜଣ ଶିକ୍ଷକ ହେଡକ୍ୱାଟର ଛାଡିଥିବା ଘଟଣାଟି ସତ୍ୟ ବୋଲି ରାୟଗଡ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି । ତେବେ ଘଟଣା ବିଷୟରେ ଗଜପତି ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି । ତଦନ୍ତ ରିପୋର୍ଟ ଆସିବା ପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.