ପୁରୀ: ଆରମ୍ଭ ହୋଇଯାଇଛି ରଥ ଟଣା । ପହଣ୍ଡି ସରିବା ପରେ ସରିଥିଲା ତିନି ଠାକୁରଙ୍କ ରଥରେ ଛେରା ପହଁରା ନୀତି । ଆଉ ଏହାରି ଭିତରେ କରୋନା କଟକଣା ଭିତରେ ଆରମ୍ଭ ହୋଇଛି ମହାବାହୁଙ୍କ ରଥଟଣା । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ହେଉଛି ବାହୁଡାଯାତ୍ରା । ନବ ଦିନାତ୍ମକ ଲୀଳା ଖେଳା ସାରି ଜନ୍ମବେଦୀରୁ ପୁଣି ଆଜି ରତ୍ନବେଦୀକୁ ଫେରୁଛନ୍ତି କାଳିଆ ଠାକୁର।
ପରମ୍ପରା ଅନୁସାରେ, ପ୍ରଥମେ ଆରମ୍ଭ ହୋଇଥିଲା ବଡଠାକୁର ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା । ରଥାରୁଢ ବଡଠାକୁରଙ୍କ ରଥକୁ ସେବାୟତମାନେ ଟାଣି ନେଇଥିଲେ। ଏହାପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଟଣା ଯାଇଥିଲା । ଏହାପରେ ଶେଷରେ କାଳିଆର ନନ୍ଦିଘୋଷର ରଥ ଟଣାଯାଇଛି । ଏହି ଅବସରରେ ଘଣ୍ଟ, ଘଣ୍ଟା, କାହାଳି ଓ ମୃଦଙ୍ଗ ବାଦ୍ୟରେ କମ୍ପିଉଠୁଛି ଶରଧାବାଲି।