ଖୁବଶୀଘ୍ର ଉଡ଼ିବ ଦୁବାଇ-ଭୁବନେଶ୍ୱର ବିମାନ, ପ୍ରବାସୀ ଓଡ଼ିଆଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

(କେନ୍ୟୁଜ): ଉଡ଼ିବ ଦୁବାଇ-ଭୁବନେଶ୍ୱର ବିମାନ । ଓଡ଼ିଶାରୁ ଦୁବାଇକୁ ବିମାନ ସେବା ଆରମ୍ଭ ନେଇ ଆମେ ଆଶାବାଦୀ ଅଛୁ । ଖୁବଶୀଘ୍ର ଏହା ବାସ୍ତବରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା ଅବସରରେ ଭୁବନେଶ୍ୱର-ଦୁବାଇ ବିମାନ ସେବା ଆରମ୍ଭ ପାଇଁ ନିବେଦନ କରିଥିଲେ କିଛି ପ୍ରବାସୀ ଓଡ଼ିଆ । ଏହାର ଉତ୍ତରରେ ବିମାନ ସେବା ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର-ଦୁବାଇ ମଧ୍ୟରେ ବିମାନ ସେବା ଆରମ୍ଭ ପାଇଁ ଓଡ଼ିଶା ସରକାର ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି ଫାଇଭ ଟି ସଚିବ ଭି କେ ପାଣ୍ଡିଆନ୍‌ ।

ଏନେଇ ଭାରତ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ନିବେଦନ କରିଛନ୍ତି । ଯେଉଁ ବିମାନ ସଂସ୍ଥା ଦୁବାଇ-ଭୁବନେଶ୍ୱର ବିମାନ ଚଳାଚଳ ପାଇଁ ଇଛା ପ୍ରକାଶ କରିବେ ଓଡ଼ିଶା ସରକାର ତାଙ୍କୁ ସବସିଡି ପ୍ରଦାନ କରିବେ । ଦୁବାଇରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ପ୍ରାୟ ୨୨ ହଜାର କୋଟିର ପୁଞ୍ଜିନିବେଶ ପାଇଁ ବିଭିନ୍ନ ଶିଳ୍ପସଂସ୍ଥା ଘୋଷଣା କରିଛନ୍ତି । ରାଜ୍ୟରେ ଥିବା ନିବେଶ ଅନୁକୂଳ ବାତାବରଣ ସମ୍ପର୍କରେ ଅବଗତ କରାଇଥିଲେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.