କେଉଁଠି ରହିବେ ତପସ୍ୱିନୀ? ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍‌ କୋର୍ଟ

ବ୍ରହ୍ମପୁର (କେନ୍ଯୁଜ୍): କେବେ ସରିବ ବ୍ରହ୍ମପୁର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ । କେଉଁଠି ରହିବେ ତପସ୍ୱିନୀ ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍‌ କୋର୍ଟ । ଏଥିପାଇଁ ଉଭୟ ପରିବାର ଓ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । କୋର୍ଟଙ୍କ ଆଦେଶ ସ୍ୱାମୀ-ସ୍ତ୍ରୀଙ୍କ ସପକ୍ଷରେ ଆସିବ ବୋଲି ଡିମ୍ପଲ ଆଶାବ୍ୟକ୍ତ କରିଛନ୍ତି ।

ପୂର୍ବରୁ ଜିଲ୍ଲା କୋର୍ଟରେ ସୁମିତ ଓ ତପସ୍ୱିନୀଙ୍କ ପକ୍ଷରୁ ଦାୟର ହୋଇଥିବା ପୃଥକ ପୃଥକ ମାମଲାର ଏକତ୍ର ଶୁଣାଣି ହୋଇଛି। ଏସଡିଜେଏମ କୋର୍ଟଙ୍କ ୨ ଓ ୯ତାରିଖ ଆଦେଶ ବିରୋଧରେ ସୁମିତଙ୍କ ପକ୍ଷରୁ ପିଟିସନ ଫାଇଲ ହୋଇଥିବା ବେଳେ ୨୦ ତାରିଖ ରାୟ ବିରୋଧରେ ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ତପସ୍ୱିନୀଙ୍କ ଓକିଲ। ଘରୋଇ ହିଂସା ମାମଲା ରୁଜୁ ପୂର୍ବରୁ ବିବାହ ବିଚ୍ଛେଦ ମାମଲା ଚାଲିଥିବାରୁ ସୁମିତଙ୍କ ଘରେ ତପସ୍ୱିନୀ ରହିଲେ ବହୁ ଅସୁବିଧା ହେବ ବୋଲି କହିଛନ୍ତି ସୁମିତଙ୍କ ଓକିଲ।

ତପସ୍ୱିନୀଙ୍କୁ ଘରଭଡ଼ା ଦେବାକୁ ସୁମିତ ରାଜି ଥିବା ସେ କହିଛନ୍ତି । ତେବେ ଇଣ୍ଟେରିମ୍‌ ମେଣ୍ଟେନାନ୍‌ସ ସଂପର୍କରେ ଦାବି ରଖିଛନ୍ତି ତପସ୍ୱିନୀଙ୍କ ଓକିଲ। ସେପଟେ ଏବେ ଘର ବାରଣ୍ଡା ତାଙ୍କ ପାଇଁ ଭରସା ପାଲଟିଛି। ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି କହିଛନ୍ତି ତପସ୍ୱିନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.