ଉପରମୁଣ୍ଡରେ ବଢୁଛି ବର୍ଷା : ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍

ସମ୍ବଲପୁର (କେନ୍ୟୁଜ): ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍‌। ୪ଟି ଗେଟ୍‌ ଖୋଲାଯିବ। ଦିନ ୧୦ଟା ପରେ ପର୍ଯ୍ୟାୟକ୍ରମେ ଗେଟ୍‌ ଖୋଲାଯିବ। ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀ। ଆଗକୁ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଗେଟ୍‌ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି।

ପ୍ରବଳ ବର୍ଷାରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୨୭ ଫୁଟ ରହିଛି। ସେହିପରି ଉପରମୁଣ୍ଡରେ ବର୍ଷା ଥିବାବେଳେ ପ୍ରତି ସେକେଣ୍ଡରେ ୯୧ ହଜାର ୫୦୮ କ୍ୟୁସେକ ଜଳ ପ୍ରବେଶ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.