ଅକ୍ଚୋବର ୧୫ ଯାଏ ନାହଁ ବାତ୍ୟା ଆଶଙ୍କା, ରାଜ୍ୟବାସୀ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଲେ ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର (କେନ୍ୟୁଜ): ଅକ୍ଚୋବର ମାସ ଆସିଲେ ରାଜ୍ୟବାସୀଙ୍କ ମଧ୍ୟରେ ବାତ୍ୟାକୁ ନେଇ ଛନକା ପଶେ । ତେବେ ଅକ୍ଚୋବର ୧୫ ତାରିଖ ଯାଏ ବାତ୍ୟାର କୌଣସି ସମ୍ଭାବନା ନଥିବା କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଆସନ୍ତା ୧୫ ତାରିଖ ଯାଏ ଡିପ୍ରେସନ କିମ୍ବା ବାତ୍ୟାର କୌଣସି ସମ୍ଭାବନା ନାହିଁ । ଏହାକୁ ନେଇ ରାଜ୍ୟବାସୀ ଆତଙ୍କିତ ହେବା ଉଚିତ ନୁହେଁ । ତେବେ ଅକ୍ଚୋବର ଓ ନଭେମ୍ବର ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏବେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ରହିଛି । ଆଉ ଗୋଟିଏ ଘୂର୍ଣ୍ଣିବଳୟ ମ୍ୟାନମାର ଉପରେ ରହିଛି । ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତରପୂର୍ବ ଓ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ । ଏହାର ପ୍ରଭାବରେ ୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ୩ ତାରିଖରେ ସବୁ ଉପକୂଳ ଜିଲ୍ଲାରେ ବର୍ଷା ହେବ । ୪ ଓ ୫ ତାରିଖରେ ଅଧିକ ବର୍ଷାର ସମ୍ଭାବନା ରହିଛି । ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଅର୍ଥାତ ୧୩-୧୪ ତାରିଖ ବେଳେକୁ ଆଉ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.