ଶୋଇବା ଘରୁ ବାହାରିଲା ୩ଟି କୋଲଥିଆ ତମ୍ପ ସାପ, ଭୟରେ ପରିବାର

ପୁରୀ(କେନ୍ୟୁଜ୍): ଶୋଇବା ଘରୁ ସାପ ଉଦ୍ଧାର । ପୁରୀ ସତ୍ୟବାଦି ନିକଟ ବନମାଳୀ ଢିପ ଗ୍ରାମର ବ୍ରଜବନ୍ଧୁ ମଲିକଙ୍କ ଶୋଇବା ଘରୁ ୩ଟି କୋଲଥିଆ ତମ୍ପ ସାପ ଉଦ୍ଧାର କରାଯାଇଛି । ଖବର ପାଇ ସ୍ନେକ୍‌ ହେଲପ ଲାଇନ ସଦସ୍ୟ ଘରେ ପହଞ୍ଚି ସାପ ଗୁଡିକ ଉଦ୍ଧାର କରିଥିବା ଜଣାପଡିଛି।

ସୂଚନା ମୁତାବକ, ସତ୍ୟବାଦୀ ନିକଟସ୍ଥ ବନମାଳୀ ଢ଼ିପ ଗ୍ରାମର ବ୍ରଜବନ୍ଧୁ ମଲ୍ଲିକଙ୍କ ଶୋଇବା ଘରୁ ତିନିଗୋଟି କୋଲଥିଆ ତମ୍ପ ସାପ ସ୍ନେକ ହେଲ୍ପଲାଇନ ପୁରୀର ମୁଖ୍ଯ ସଂଗ୍ରାମ କେଶରୀଙ୍କ ଦ୍ବାରା ଉଦ୍ଧାର କରାଯାଇଛି । ପ୍ରତ୍ୟେକଙ୍କ ଲମ୍ବ ୫.୫ ଫୁଟରୁ ଉର୍ଦ୍ଧ ଥିଲା।

ଏହିପରି ଗତକାଲି ଗୋଟିଏ ଦିନ ଭିତରେ ପୁରୀର ଆଖପାଖ ଅଞ୍ଚଳରୁ ୧୨ ଗୋଟି ସାପ ଉଦ୍ଧାର କରାଯାଇଥିବାବେଳେ, ସେଥିମଧ୍ୟରୁ ୯ ଗୋଟି ନାଗ ସାପ ରହିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଜଙ୍ଗଲ ଭିତରେ ଛାଡ଼ି ଦିଆଯାଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.