କଟକ(କେନ୍ୟୁଜ୍): ଆଜି ପୋଲିସ ସହିଦ ଦିବସ । କଟକ ପୋଲିସ ମୁଖ୍ୟାଳୟରେ ୬୦ ତମ ପୋଲିସ ସହିଦ ଦିବସ ପାଳିତ ହୋଇଛି । ପୋଲିସ ଡିଜି ବିଜୟ କୁମାର ଶର୍ମା ଏଥିରେ ଯୋଗଦେଇ ସହିଦ ପୋଲିସ ଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବହୁ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ସହିଦ ପରିବାରକୁ ସମ୍ବର୍ଦ୍ଧନା ଜଣାଇଥିଲେ ପୋଲିସ ଡିଜି । ଏହା ସହ ସହିଦ ପରିବାର ଲୋକଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ ପୋଲିସ ଡିଜି । ତାଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ ।
ଭୁବନେଶ୍ୱର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ପାଳିତ ହୋଇଛି ପୋଲିସ ସହିଦ ଦିବସ:
ସେହିପରି ଭୁବନେଶ୍ୱର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ପାଳିତ ହୋଇଛି ପୋଲିସ ସହିଦ ଦିବସ । ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ କାର୍ଯ୍ୟକ୍ରମରେ ଯୋଗଦେଇ ସହିଦଙ୍କ ପ୍ରତିମୃର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ସହ ଆଡିସନାଲ କମିଶନର, ଭୁବନେଶ୍ୱର ଡିସିପି , ଟ୍ରାଫିକ ଡିସିପିଙ୍କ ସହ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଓ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।