ଆଜି ବାବୁସାନଙ୍କ ଜନ୍ମଦିନ, ପରିବାର ସହ କରିବେ ସେଲିବ୍ରେଟ୍‌

ଭୁବନେଶ୍ୱର(କେନ୍ୟୁଜ୍): ଆଜି ବାବୁସାନଙ୍କ ଜନ୍ମଦିନ । ପରିବାର ସହ ବର୍ଥ ଡେ ସେଲିବ୍ରେଟ୍‌ କରିବେ ବାବୁସାନ । ପତ୍ନୀ ଓ ପୁଅ ସହ ଜନ୍ମଦିନ ପାଳିବେ । ଗତକାଲି ପୁଣି ଗଣମାଧ୍ୟମ ସାମ୍ନାକୁ ଆସି ଏଭଳି ପ୍ରତିକ୍ରିୟା ରଖିଥିଲେ ବାବୁସାନ ମହାନ୍ତି । ସେ କହିଥିଲେ, ସ୍ତ୍ରୀ ଓ ପୁଅ ନ ଆସିଲେ ତାଙ୍କ ଘରକୁ ଯାଇ ଜନ୍ମଦିନ ପାଳିବେ । ପ୍ରକୃତି ଓ ତାଙ୍କ ଅଡିଓ ଭାଇରାଲ ଉପରେ ବାବୁସାନ କହିଛନ୍ତି ଅଡିଓରେ କ’ଣ ସତ୍ୟତା ରହିଛି ଥରେ ଶୁଣିଲେ ଜାଣିବି ।

ଚେନ୍ନାଇରୁ ଫେରିବା ପରେ ବାବୁସାନ ଜଗନ୍ନାଥବିହାର ଘରେ ବାପା ମାଆଙ୍କ ସହ ରହୁଛନ୍ତି । ଏଯାଏ ରାସ୍ତାରେ ଘରୋଇ କଳି ବାବଦରେ ମୁହଁ ଖୋଲୁ ନାହାନ୍ତି । ସବୁଦିନେ ଘରୁ କିଛି ସମୟ ପାଇଁ ବାହାରକୁ ଆସି ମିଡିଆ ଆଗରେ ଠିକ୍‌ ସମୟରେ ଠିକ କଥା କହିବେ ବୋଲି କହୁଛନ୍ତି ବାବୁସାନ୍‌ । କିନ୍ତୁ କେବେ ସେନେଇ ମୁହଁ ଖୋଲୁ ନାହାନ୍ତି । ଏଯାଏ ପୋଲିସ ବି ତାଙ୍କୁ ପଚରାଉଚରା କରିନାହିଁ ।

ଚେନ୍ନାଇରୁ ଫେରିବାକୁ ଚାରି ଦିନ ହୋଇଥିଲେ ବି ଏଯାଏ ସେ ପୋଲିସରେ ହାଜର ହୋଇ ନାହାନ୍ତି । ସେ ଦିନ ଗଡ଼େଇ ଚାଲିଛନ୍ତି ନା ପୋଲିସ ଷ୍ଟାର ପାଓ୍ଵାର ବୋଲି ତାଙ୍କର ବୟାନ ରେକର୍ଡ କରିବାରେ ବିଳମ୍ବ କରୁଛି ସେନେଇ ପ୍ରଶ୍ନବାଚୀ ଉଠିଲାଣି । ଏହାରି ଭିତରେ ଆପୋସ ସମାଧାନ ପାଇଁ ବି ଉଦ୍ୟମ ଆରମ୍ଭ ହୋଇଛି ।

ଗତକାଲି ତୃପ୍ତିଙ୍କ ଘରୁ ଯାଇ ଆଲୋଚନା କରିଥିଲେ ବାବୁସାନଙ୍କ ସମ୍ପର୍କୀୟ । ବାବସାନ କେବେ ଥାନାରେ ହାଜର ହେବେ ? ଆପୋସ ସମାଧାନରେ ତୁଟିବ କି ପତି-ପତ୍ନୀ ବିବାଦ ? ସିନେ ଷ୍ଟାରଙ୍କ ଘରୋଇ କଳି ଆଗକୁ କି ମୋଡ଼ ନେବ ତାଉପରେ ଏବେ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.