ପୁରୀ(କେନ୍ୟୁଜ୍): ପୁରୀରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି । ରଥଯାତ୍ରା ପରେ ମହାପ୍ରଭୁଙ୍କ ପ୍ରଥମ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ଏହା ସମ୍ପାଦନ ହେବ। ଶ୍ରୀମୁଖ ଶୃଙ୍ଗାର କାର୍ଯ୍ୟ କରିବେ ଦତ୍ତମହାପାତ୍ର ସେବାୟତ । ଅପରାହ୍ନ ୪ଟାରୁ ୮ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ।