ଆଜି ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ): ଆଜି ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ । ଏହି ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜସ୍ୱ ମନ୍ତ୍ରୀ, କୃଷି ମନ୍ତ୍ରୀଙ୍କ ସମେତ ମୁଖ୍ୟ ସଚିବ ଯୋଗଦେବେ । ଅନ୍ୟ ବିଭାଗୀୟ ମନ୍ତ୍ରୀ ଓ ସଚିବ ମଧ୍ୟ ବୈଠକରେ ଯୋଗଦେବେ । ୨୦୨୧ ବୈଠକରେ ସବୁ ଜିଲ୍ଲା ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା ।

ବନ୍ୟାଞ୍ଚଳରେ ୧୫ଟି ଅସ୍ଥାୟୀ VHF କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ରେଡଲାଇନ୍‌ ଅଞ୍ଚଳରେ ୨୦ଟି ଓଡ୍ରାଫ ଟିମ ରହିବେ । ଚିହ୍ନଟ ହୋଇଥିବା ୪୯ଟି ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବାକୁ କୁହାଯାଇଥିଲା । ତିନିମାସ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧ ମହଜୁଦ ରଖିବାକୁ କୁହାଯାଇଥିଲା । ଆଜିର ବୈଠକରେ ଏଭଳି କିଛି ପଦକ୍ଷେପ ଉରେ ଆଲୋଚନା ଓ ନିଷ୍ପତ୍ତି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.