ଭୋକ ଉପାସରେ ହାଇଦ୍ରାବାଦରେ ଫସି ରହିଛନ୍ତି ସମ୍ବଲପୁରର ୨୮ଜଣ ଶ୍ରମିକ, ଭାଇରାଲ ହେଉଛି ଭିଡିଓ

ସମ୍ବଲପୁର: ହାଇଦ୍ରାବାଦରେ ଫସିଛନ୍ତି ସମ୍ବଲପୁରର ୨୮ଜଣ ଶ୍ରମିକ । ଗତ ୩ଦିନ ହେଲା ଶ୍ରମିକ ମାନେ ହାଇଦ୍ରାବାଦର ଗାନ୍ଧୀ ବସଷ୍ଟାଣ୍ଡରେ ଭୋକ ଉପାସରେ ଫସି ରହିଥିବା ଭିଡିଓ ଭାଇରାଲ ହେଉଛି ।

ସମ୍ବଲପୁର ଧମା ଅଞ୍ଚଳରୁ ଶ୍ରମିକ ମାନେ ଇଟା ଭାଟିରେ କାମ କରିବାକୁ ସିକନ୍ଦାରାବାଦ ଯାଇଥିଲେ । ତେବେ ଇଟା ଭାଟି ମାଲିକ ଏବେ ସେମାନଙ୍କୁ ପାରିଶ୍ରମିକ ସହ ଘରକୁ ମଧ୍ୟ ଆସିବାକୁ ଦେଉନଥିବା ଅଭିଯୋଗ କରିଛନ୍ତି । ତେବେ ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ସମ୍ବଲପୁର ସଚେତନ ନାଗରିକ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।ଏହା ସହ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ମଧ୍ୟ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳଙ୍କୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.