ମରଣକୁ ନାହିଁ ଭୟ: କର୍ମ ପାଇଁ ଜୀବନକୁ ବାଜି ଲଗାଇ ପେଟରେ ଲାଉ ତୁମ୍ଭା ବାନ୍ଧି ନଦୀ ପାର୍ ହୁଅନ୍ତି ଅଙ୍ଗନବାଡି ଦିଦି

ମାଲକାନଗିରି: କର୍ମ ହିଁ ଭଗବାନ। ଆମ ସମାଜରେ କିଛି ଲୋକେ ନିଜ କର୍ମକୁ ଏତେ ଭଲପାଇବସନ୍ତି ଯେ ସେ ତା ପାଇଁ ସବୁ ବାଧା ବିଘ୍ନକୁ ସାମ୍ନା କରିବାକୁ ପଛାନ୍ତି ନାହିଁ । ଏପରି ଏ ଉଦାହରର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଯେଉଁଠି ଭରା ନଦୀ ପାର ହୋଇ ନିଜ କର୍ମ କ୍ଷେତ୍ରକୁ ଯାଉଛନ୍ତି ଦୁଇ ମହିଳା । ଜୀବନକୁ ବାଜି ଲଗାଇ ସେବା ହିଁ ପ୍ରକ୍ରୁତ ଧର୍ମ ଉକ୍ତିକୁ ସାର୍ଥକ କରିଛନ୍ତି।

ଘଟଣାଟି ହେଉଛି ଜୀବନକୁ ବାଜି ଲଗେଇ ଦୁଇ ଅଙ୍ଗନବାଡି ଦିଦି ନଦୀ ପାର୍ ହୋଇଛନ୍ତି । ଯେଉଁ ଅଦମ୍ଯ ସାହସ ଆଜି ସେମାନଙକୁ ପ୍ରଶଂସା ପାତ୍ର କରାଇପାରିଛି। ମାଲକାନଗିରି ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳ ମଧ୍ୟରେ ଚିତ୍ରକୋଣ୍ଡା ବ୍ଲକ ରାଳେଗାଡ଼ା ପଂଚୟତ ଅନ୍ଯତମ। ବର୍ଷା ଦିନରେ ଏହି ପଂଚୟତର ବିଭିନ୍ନ ଗ୍ରାମ ବାହ୍ଯଜଗତରୁ ବିଛିନ୍ନ ହୋଇଯାଇଥାଏ।

riverଜିଲ୍ଲାର ସୁଆପାଲି,ନେରୁଡ଼ି ପାଲିର ଦୁଇ ଅଙ୍ଗନବାଡି ଦିଦି ଯାହାଙ୍କ ନାଁ ହେମଳତା ଶୀଶା ଓ ପ୍ରମିଳା ପାନେଲ, ପ୍ରଖର ସ୍ରୋତରେ ଲୋକଙ୍କ ସାହାଯ୍ୟରେ ଲାଉ ତୁମ୍ଭା ମାଧ୍ୟମରେ ନଦୀ ପାର ହୋଇ ଅଙ୍ଗନବାଡି ସେଣ୍ଟରରେ ପହଞ୍ଚିଛନ୍ତି । ସେମାନଙ୍କ କହିବା ଅନୁସାରେ ପ୍ରତିବର୍ଷ ସେମାନେ ବର୍ଷା ଋତୁରେ ଏପରି କଷ୍ଟସାଧ୍ୟ ଓ ବିପଦପୂର୍ଣ୍ଣ ଯାତ୍ରା କରି ନିଜର ଦାୟିତ୍ୱ ତୁଲାଇ ଥାଆନ୍ତି। ସତରେ ଏହି ଦୁଇ ମହିଳାଙ୍କ ସାହସ ଆଉ ଇଚ୍ଚା ଶକ୍ତିକୁ ସଲାମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.