ଗୁରୁ ଭକ୍ତିର ଅନନ୍ୟ ନିଦର୍ଶନ, ୫୪୦ କିଲୋମିଟର ଭାରରେ ଢେଙ୍କାନାଳରୁ ନବରଙ୍ଗପୁର ବୋହିଲେ ଶିଷ୍ୟ

କେନ୍ୟୁଜ୍ (ବ୍ୟୁରୋ): ମଣିଷ ଆଧୁନିକତାରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଭୁଲି ଯାଉଛି କିନ୍ତୁ ଆଜି ବି ବଞ୍ଚି ରହିଛି ଗୁରୁ ଶିଷ୍ୟ ପରମ୍ପରା ଆଉ ଦେଖିବାକୁ ମିଳିଛି ଗୁରୁ-ଶିଷ୍ୟ ପରମ୍ପରାର ଏକ ନିଆରା ଉଦାହରଣ । ଅସୁସ୍ଥ ଗୁରୁଙ୍କୁ ୫୪୦ କିଲୋମିଟର ଭାରରେ ବୋହି ବୋହି ଆଣିଲେ ଶିଷ୍ୟ। ଦୀର୍ଘ ୨୧ ଦିନ ଭାରରେ ବୋହି ବୋହି ଢ଼େଙ୍କାନାଲରୁ ଆଣିଲେ ନବରଙ୍ଗପୁର।

ଢେଙ୍କାନାଳ ଜିଲ୍ଲା ଯୋରନ୍ଦାରୁ ମହିମା ଧର୍ମର ପ୍ରଚାରକ ଧନୁର୍ଜୟ ବାବାଙ୍କୁ ଭାରରେ ବୋହି ଉମରକୋଟରେ ପହଞ୍ଚିଛନ୍ତି ମହିମା ଭକ୍ତ । ପ୍ରତିକୂଳ ପରିସ୍ଥିତିରେ ବଣପାହାଡ଼ ଅତିକ୍ରମ କରି ଦୀର୍ଘ ୫୪୦ କିଲୋମିଟର ରାସ୍ତା ଭାରରେ ବୋହିଥିଲେ ଭକ୍ତ । ୨୧ ଦିନ ପରେ ସେମାନେ ଉମରକୋଟରେ ପହଞ୍ଚିଛନ୍ତି ।

sisyaaaଧନୁର୍ଜୟ ବାବା ଜଣେ ବକଳଧାରୀ ସନ୍ନ୍ୟାସୀ ହୋଇଥିବାରୁ ସେ ଗାଡ଼ିରେ ଯାତାୟାତ କରନ୍ତି ନାହିଁ । ସେ ବିଭିନ୍ନ ସ୍ଥାନକୁ ପାଦରେ ଚାଲି ଚାଲି ଯାଆନ୍ତି । ପ୍ରତିବର୍ଷ ପୌଷମାସ ପୂର୍ଣ୍ଣମୀ ପରେ ସେ ପାଦରେ ଚାଲି ଚାଲି ଯୋରନ୍ଦାକୁ ଯାଇ ସେଠାରେ ଏକ ମାସ ଧରି ରହିବା ପରେ ପୁଣି ଉମରକୋଟ ପଡ଼ଗୋଡ଼ା ସ୍ଥିତ ଆଶ୍ରମକୁ ଫେରି ଆସନ୍ତି । ହେଲେ ଚଳିତବର୍ଷ ଅସୁସ୍ଥତା କାରଣରୁ ଶିଷ୍ୟମାନେ ତାଙ୍କୁ ଭାରରେ ବସାଇ ଯୋରନ୍ଦାରୁ ଉମରକୋଟକୁ ଆଣିବା ଗୁରୁ-ଶିଷ୍ୟ ପରମ୍ପରାରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି ।

ଦୀର୍ଘ ୫୪୦ କିଲୋମିଟର ଯାତ୍ରା ସମୟରେ କୌଣସି ଘାତ ପ୍ରତିଘାତ ନଥିଲା କେବଳ ଥିଲା ଗୁରୁଙ୍କ ପ୍ରତି ପ୍ରଘାଡ ବିଶ୍ୱାସ। ତେବେ ଏହାକୁ ନେଇ ଶିଷ୍ୟ କହିଛନ୍ତି, ‘ବାବାଙ୍କୁ କାନ୍ଧରେ ବୋହି ଆଣିଲୁ ବହୁତ ଖୁସି ଲାଗୁଛି।’ ତେବେ ଏହି ଘଟଣା ଦେଖିବା ପରେ ଲାଗୁଛି ଯେମିତି ବାସ୍ତବରେ ଗୁରୁ ହିଁ ସାଧାତ ଇଶ୍ୱର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.