ଉଦଳା(କେନ୍ୟୁଜ୍): ଉଦଳା ବନାଂଚଳ ଅଧିନ ନାବରାଡି ରିଜର୍ଭ ଜଙ୍ଗଲରେ ହୋଇଛି ବ୍ଯାପକ ଶାଗୁଆନ ଗଛ କଟା । ୬୦ରୁ ଅଧିକ ଶାଗୁଆନ ଗଛ କାଟି ଦିଆଯାଇଥିବା ଘଟଣାକୁ ନେଇ ତାତିଛନ୍ତି ଗ୍ରାମବାସୀ । ଯାହାକୁ ନେଇ ଉଦଳା-ପୋଡାଡିହା ରାସ୍ତାକୁ ଅବରୋଧ କରିଛନ୍ତି ଗ୍ରାମବାସୀ । ଏହି ଜଙ୍ଗଲରେ ଗତକାଲି ରାତିରେ କିଛି ଲୋକ ବୋଲେରୋ ଗାଡିରେ ଆସି ଜଙ୍ଗଲରେ ହୋଇଥିବା ବଡ ବଡ ଶାଗୁଆନ ଗଛ କାଟି ଦେଇଛନ୍ତି । ତେବେ ସ୍ଥାନୀୟ ଲୋକେ ରାତିରେ ଏହା ଜାଣିବା ପରେ ଲୋକଙ୍କ ଡରରେ କଟା ହୋଇଥିବା ଗଛକୁ ଛାଡି ଫେରାର ହୋଇଯାଇଛନ୍ତି। ଗଛ କାଟୁଥିବା ବ୍ଯକ୍ତି । ତେବେ ବନବିଭାଗ କର୍ମଚାରୀମାନେ ଏହି ଗଛ କାଟୁଥିବା ଅଭିଯୋଗ କରି ଆଜି ଉଦଳା -ପୋଡାଡିହା ରାସ୍ତାର ନାବରା ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।
ଦୀର୍ଘ ବର୍ଷ ହେବ ଏହି ଜଙ୍ଗଲକୁ ଗ୍ରାମବାସୀମାନେ ସୁରକ୍ଷା ଦେଇ ଆସୁଥିବା ହଠାତ୍ ବନବିଭାଗ ରାତି ଅଧରେ ଚୋରା ଭାବେ ଗଛ କାଟୁଥିବା ଅଭିଯୋଗ କରିଥିବା ବେଳେ ଉତେଜନାକୁ ନଜରରେ ରଖି ପୋଲିସ୍ ଏବଂ ଉଦଳା ରେର ଘଟଣାସ୍ଥଳରେ ପହଂଚିଥିଲେ । ଉଦଳା ରେର କହିବାକଥା ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି ଗଛ କଟା ହୋଇଛି । ତେବେ ଉତ୍ଯକ୍ତ ଲୋକେ ରେରଙ୍କୁ ଘେରିଥିବା ବେଳେ ଯମୁନାଗଡରୁ ବିସ୍ଥାପିତ ହୋଇ ଆସିଥିବା ଗୋଟିଏ ପରିବାର ପାଇଁ ଏହି ଗଛ କଟାଯାଉଥିବା ସେ କହିଛନ୍ତି ।
ରାତିରେ କଣ ପାଇଁ ଶାଗୁଆନ ଗଛ କଟାଯାଉଥିଲା ତାହା ପଚାରିବାରୁ ରେଞ୍ଜର ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ । ତେବେ ଦୀର୍ଘ ସମୟ ଧରି ଉତ୍ଯକ୍ତ ଲୋକେ ରେରଙ୍କୁ ଘେରି ରଖିଥିବା ବେଳେ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଂଚି ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏ ସବୁ ଭିତରେ ଜଙ୍ଗଲରେ ରାତି ଅଧରେ ଶାଗୁଆନ ଗଛ କାଟିଲା କିଏ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏହା ପଛରେ ବନବିଭାଗର ହାତ ରହିଥିବା ସନ୍ଦେହ କରାଯାଉଛି ।