ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ, ବିପଦ ସଙ୍କେତ ଉପରେ ରହିଛି ଜଳକା ନଦୀର ଜଳସ୍ତର

ଆନନ୍ଦପୁର (କେନ୍ୟୁଜ୍): ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା। ଫୁଲୁଛି ବୈତରଣୀ। ଆନନ୍ଦପୁର ରାଜଘାଟଠାରେ ବୈତରଣୀ ନଦୀ ଜଳସ୍ତର ୩୫.୭୪୦ ମିଟର ରହିଛି। ଏଠାରେ ବୈତରଣୀ ନଦୀର ସତର୍କ ସୂଚନା ୩୭.୪୪୫ ମିଟର ଥିବାବେଳେ ବିପଦ ସଙ୍କେତ ରହିଛି ୩୮.୩୬୦ ମିଟର।

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ। ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୫ ମିଟରରେ ପ୍ରବାହିତ ହେଉଛି। ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଜଳସ୍ତର ବଢିବାରେ ଲାଗିଛି। ଫଳରେ ଆତଙ୍କିତ ହୋଇ ରହିଛନ୍ତି ସ୍ଥାନୀୟ ବାସିନ୍ଦା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.