ଶେଷ ହାତଲେଖା ଚିଠିରେ ଏମିତି ଲେଖିଲେ ମହିଳା: ଆଉ ସହି ହେଉନି, ମୋ ଝିଅ ସମସ୍ତଙ୍କୁ ଲାଗିଲା

ସୋର(କେନ୍ୟୁଜ୍): ରୋଗ ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା କଲେ ମହିଳା । ସୁଇସାଇଡ଼ ନୋଟରେ ଲେଖିଲେ ଆତ୍ମହତ୍ୟାର କାରଣ ।ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ଗ୍ରାମର ସଞ୍ଜୟ ରାଉଳଙ୍କର ସ୍ତ୍ରୀ ମିନାକ୍ଷୀ ବିଶ୍ବାଳ। ୮ ବର୍ଷ ତଳେ ଖନ୍ତାପଡା ଅଞ୍ଚଳରେ ବିଭାଘର ହୋଇଥିଲା । ୬ବର୍ଷର ଏକମାତ୍ର ଝିଅ ଅଛି ତାଙ୍କର। ସବୁ ଠିକଠାକ୍ ଚାଲିଥିଲା ।

ହେଲେ ମିନାକ୍ଷୀଙ୍କର କିଛିଦିନ ଧରି ଛାତି ଯନ୍ତ୍ରଣା ହେଉଥିଲା। ଏନେଇ ବାରମ୍ବାର ପରିବାର ଲୋକଙ୍କୁ କହିଥିଲେ । ଏ ନେଇ ପରିବାର ଲୋକ ମଧ୍ୟ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ହେଲେ କିଛି ସୁଫଳ ମିଳି ନଥିଲା । ଯନ୍ତ୍ରଣା ଅଧିକ ହେଉଥିବା ନେଇ ଗତକାଲି ସନ୍ଧ୍ୟାରେ ଶାଶୂଙ୍କୁ ଜାଣାଇଥିଲେ ।

ମିନାକ୍ଷୀ ଏନେଇ ଗତକାଲି ବିଳମ୍ବିତ ରାତିରେ ଖାଇକି ଶୋଇଥିବା ବେଳେ ସକାଳୁ ଉଠି ପରିବାର ଲୋକ ଦେଖିଲେ କି ମିନାକ୍ଷୀ ରୋଷେଇ ଘରେ ଥିବା ଏକ ପଙ୍ଖାରେ ଶାଢୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ପାଖରେ ଏକ ସୁଇସାଇଡ଼ ନୋଟ ଜବତ କରାଯାଇଛି। ଯେଉଁଥିରେ ସେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଲେଖିଛନ୍ତି।

ଅଧିକ ଯନ୍ତ୍ରଣା ହେଉଥିବାବେଳେ ସେ ଆଉ କେତେ ମେଡିସିନ ଖାଇବେ, ତେଣୁ ଶେଷରେ ସେ ଆତ୍ମହତ୍ୟା କରୁଛନ୍ତି ବୋଲି ଲେଖିଛନ୍ତି। ଏହାସହ ତାଙ୍କ ଝିଅ  ଲାଗିଲା ତାଙ୍କୁ ସମସ୍ତେ ଦେଖିବେ ବୋଲି ଚିଠି ସେ ଉଲ୍ଲେଖ କରିଛନ୍ତି । ଏହି ନୋଟଟିକୁ ପୋଲିସ ଜବତ କରିଛି ।ମିନାକ୍ଷୀଙ୍କ ସ୍ୱାମୀ ଆର୍ମିରେ କାର୍ଯ୍ୟରତ। ମିନାକ୍ଷୀ ସୋର ରହି  ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢ଼ାଉଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.