ସ୍ୱାମୀ ସମ୍ମୁଖରେ ସ୍ତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲା: ୨ ନାବଳାଳକଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍
ବାଲେଶ୍ୱର (କେନ୍ୟୁଜ୍): ସ୍ୱାମୀ ସମ୍ମୁଖରେ ସ୍ତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ ବାଲେଶ୍ୱର ସହଦେବ ଖୁଣ୍ଟା ଥାନା ପୋଲିସ୍ ୨ ନାବଳାଳକଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ସମସ୍ତେ ସହଦେବ ଖୁଣ୍ଟା ଥାନା ଅଧୀନ ଗୋଧି ବସା ଅଞ୍ଚଳର । ବାଲେଶ୍ୱର ସହର ଚୂନ ଭାଟି ଅଞ୍ଚଳର ସ୍ୱାମୀ ସ୍ତ୍ରୀ ସମ୍ପର୍କୀୟଙ୍କୁ ଷ୍ଟେସନରୁ ଛାଡ଼ି ଘରକୁ ଫେରୁଥିବା ବେଳେ ଷ୍ଟେସନ ପଛପଟ ମାଲ ଗୋଦାମ ନିକଟରେ ଏଭଳି ଘଟଣା ଘଟିଥିଲା । ଗିରଫ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ସ୍ୱାମୀଙ୍କୁ ବାନ୍ଧି ମାର ପିଟ କରି ସାଢ଼େ ଟଙ୍କା ଲୁଟ କରିଥିବା ବେଳେ ଅନ୍ୟ ତିନି ଜଣ ଦୁଷ୍କର୍ମ କରିଥିଲେ ।
ବିହାର ମୁର୍ଶିଦାବାଦର ଯୁବକ ଓ ଉଦଳାର ମହିଳା ଙ୍କୁ ବିବାହ କରି ଦୀର୍ଘଦିନ ହେବ ଚୂନ ଭାଟି ଅଂଚଳରେ ରହୁଥିବା ବେଳେ କିଛି ସମ୍ପର୍କୀୟ ଙ୍କୁ ଷ୍ଟେସନ ରେ ଛାଡି ନିଜ ଭଡ଼ା ଘର ଚୂନଭାଟି କୁ ଫେରୁଥିବା ବେଳେ ମାଲ ଗୋଦାମ ନିକଟରେ ଦୂର୍ବୁତ୍ତ ଙ୍କ ଶିକାର ହୋଇଥିଲେ । ଗିରଫ ଦୁର୍ବୃତ୍ତ ଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ , ୨୫୦୦ ଟଙ୍କା ସହ କଟୁରୀ ଓ ମୋବାଇଲ୍ ଜବତ ହୋଇଛି ।