ପୋଖରୀକୁ ପଶିଗଲା କାର୍‌: ବଞ୍ଚିଗଲେ ସ୍ୱାମୀ, ଆଖିବୁଜିଲେ ସ୍ତ୍ରୀ

ବଲାଙ୍ଗିର(କେନ୍ୟୁଜ୍): ବଞ୍ଚିଗଲେ ସ୍ୱାମୀ, ଆଖିବୁଜିଲେ ସ୍ତ୍ରୀ। ପୋଖରୀକୁ ପଶିଗଲା କାର୍‌। ସ୍ୱାମୀ ପହଁରି କୂଳକୁ ଚାଲିଆସିଥିବାବେଳେ ସ୍ତ୍ରୀ ବୁଡିଯାଇଥିଲେ। ବଲାଙ୍ଗିର ସମ୍ବଲପୁର ରାସ୍ତା ଛତାମଖନା ନିକଟ ଜାମସରଠାରେ ଘଟିଛି ଏହି ଅଭାବନୀୟ ଘଟଣା। ଗତକାଲି ରାତିରେ ଲୋଇସିଂହା ଥାନା ଘୁଷୁରାମୁଣ୍ଡା ଗାଁର ସ୍ୱାମୀ ସ୍ତ୍ରୀ ଚୈତନ୍ୟ ସାହୁ ଓ ପିଙ୍କି ସାହୁ ଘରକୁ ଫେରୁଥିବାବେଳେ ଜାମସରଠାରେ ଦୁର୍ଘଟଣାର ଶୀକାର ହୋଇଥିଲେ।

ଏକ ଗାଡ଼ିକୁ ସାଇଡ୍‌ ଦେବାକୁ ଯାଇ ଭାରସାମ୍ୟ ହରାଇ ତାଙ୍କ କାର୍‌ ପୋଖରୀ ଭିତରକୁ ପଶିଯାଇଥିଲା। ସ୍ୱାମୀ ଚୈତନ୍ୟ ସାହୁ କାର୍‌ ଭିତରୁ ବାହାରକୁ ଆସିଯାଇଥିବାବେଳେ ସ୍ତ୍ରୀ ପିଙ୍କି ସାହୁ ଭିତରେ ଫଶି ରହିଥିଲେ। ଦମକଳ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୀର୍ଘ ୨ ଘଣ୍ଟା ପରେ ପିଙ୍କିଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.