ଅନୁଗୁଳ (କେନ୍ୟୁଜ): ଅନୁଗୁଳ ଜିଲ୍ଲାରେ ଡେରେଜାଙ୍ଗ ପ୍ରୋଜେକ୍ଟରେ ପାଣିରେ ବୁଡି ଯୁବକ ନିଖୋଜ ଘଟଣା। ଡେରେଜାଙ୍ଗ ଡ୍ୟାମ ପାଖରୁ ଭାସୁଥିବା ଅବସ୍ଥାରେ ମିଳିଲା ମୃତଦେହ। ଦୁଇଦିନ ପରେ ମିଳିଲା ମୃତଦେହ ମୃତ ଯୁବକ ଜଣଙ୍କ ହେଲେ ବିଭ୍ରାଂଶୁ ହୋତା।
ସୂଚନା ଅନୁସାରେ ନାଲକୋର ଅବସର ପ୍ରାପ୍ତ ଏଚଆରଡି କର୍ମଚାରୀ ତ୍ରିନାଥ ଶଙ୍କର ହୋତାଙ୍କ ପୁତ୍ର ବିଭାନ୍ସୁ ହୋତା ତାଙ୍କ ଅନ୍ୟ ୩ ଜଣ ସାଙ୍ଗ ସହ ଡେରଜେଙ୍ଗ ପ୍ରୋଜେକ୍ଟ ଠାରେ ବନ୍ଧୁତ୍ୱ ଦିବସ ପାଳନ କରିବା ପାଇଁ ନାଲକୋନଗରରୁ ଯାଇଥିଲେ । ୪ ସାଙ୍ଗ ଡ୍ୟାମ ନିକଟରେ ଖାଇ ସାରିବା ପରେ ବିଭାନ୍ସୁ ଡ୍ୟାମ ନିକଟକୁ ହାତ ଧୋଇବା ପାଇଁ ଯିବା ବେଳେ ଗୋଡ ଖସି ଯାଇଥିଲେ । ଯାହାଫଳରେ ସେ ନିଖୋଜ ହୋଇଯାଇଥିଲେ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍କୁ ଖବର ଦିଆଯାଇଥିଲା । ଓଡ୍ରାଫ୍ ଟିମ୍ ଦୁଇ ଦିନ ଧରି ଖୋଜାଖୋଜି ପରେ ବି ବିଭ୍ରାଂଶୁଙ୍କର କୌଣସି ପତ୍ତାମିଳୁନଥିଲେ । ଶେଷରେ ପାଣିରେ ଭାସୁଥିବାର ଠାବ ହୋଇଥିଲେ ବିଭ୍ରାଂଶୁ । ତୁରନ୍ତ ତାଙ୍କ ମୃତଦେହକୁ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ ।