ପର୍ସନାଲ ଡାଟାକୁ ଲିକ କରିବା ଅଭିଯୋଗରେ ଭାରତ ସରକାର ୩୪୮ ଆପକୁ କରିଛନ୍ତି ବ୍ୟାନ, ଆପଣ ବି ଥରେ ଦେଖିନିଅନ୍ତୁ..

ଗତ ବୁଧବାର କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି । ଏହି ନିଷ୍ପତ୍ତି ରହିଛି ଦେଶରେ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ରାଷ୍ଟ୍ରର ଆପ୍‌। ଯାହାକି ଭାରତୀୟ ଲୋକଙ୍କର ପର୍ସନାଲ ଡିଟେଲ୍ସକୁ ଲିକ କରିବାରେ ସାହାଯ୍ୟ କରୁଛି। ଏହି କ୍ରମରେ ସରକାର ଜରୁରୀ ସୂଚନା ମଧ୍ୟ ଦେଇଛନ୍ତି। ଲୋକଙ୍କର ପର୍ସନାଲ ଡିଟେଲ୍ସକୁ ଲିକ କରିବା ଅଭିଯୋଗରେ ଭାରତ ସରକାର ୩୪୮ ଆପକୁ ବ୍ୟାନ କରିଛନ୍ତି।

ବୁଧବାର ଦିନ କେନ୍ଦ୍ର ସରକାର ଚୀନ୍ ଓ ଅନ୍ୟ ଦେଶର ବିକଶିତ ୩୪୮ଟି ମୋବାଇଲ୍ ଆପ୍କୁ ଚିହ୍ନଟ କରି ବ୍ୟାନ କରି ଛି କାରଣ ଏଗୁଡିକ ୟୁଜର୍ସଙ୍କ ତଥ୍ୟ ସଂଗ୍ରହ କରୁଥିଲା ଓ ବାହାରକୁ ପଠାଉଥିଲା ।

କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ ଚୀନ୍ ଓ ଅନ୍ୟାନ୍ୟ ଦେଶ ଦ୍ୱାରା ବିକଶିତ ହୋଇଥିବା ୩୪୮ ଟି ମୋବାଇଲ୍ ଆପ୍ ଚିହ୍ନଟ କରାଯାଇଛି ଓ ପ୍ରତିବନ୍ଧକ ଲଗାଯାଇଛି । କାରଣ ଏଗୁଡିକ ବ୍ୟବହାରକାରୀଙ୍କ ସୂଚନା ସଂଗ୍ରହ କରୁଥିଲା ଓ ଏହାକୁ ଅନଧିକୃତ ଢଙ୍ଗରେ ଦେଶ ବାହାରେ ଥିବା ସର୍ଭରକୁ ପଠାଉଥିଲା ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ (Minister of State for Electronics and Information Technology) ରାଜୀବ ଚନ୍ଦ୍ରଶେଖର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ।

ସଦସ୍ୟ ପ୍ରଶ୍ନ କରିଥିଲେ ଯେ ଦେଶ ବାହାରେ ସୂଚନା ପଠାଉଥିବା କୌଣସି ଆପ୍ ଚିହ୍ନଟ ହୋଇଛି କି ନାହିଁ ଓ ଯଦି ଏପରି କୌଣସି ଆପ୍ ଚିହ୍ନଟ ହୋଇଛି ତେବେ ତାହା ଉପରେ ପ୍ରତିବନ୍ଧକ ଲଗାଯାଇଛି କି ନାହିଁ । ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହିପରି ୩୪୮ ଟି ଆପ୍ ଚିହ୍ନଟ କରିଛି ଓ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ସମସ୍ତ ଆପ୍ଲିକେସନକୁ ବ୍ଲକ କରିଛି ।

ଏଭଳି ତଥ୍ୟ ପ୍ରସାରଣ ଭାରତର ସାର୍ବଭୌମତ୍ଵ ତଥା ଅଖଣ୍ଡତା, ଭାରତର ପ୍ରତିରକ୍ଷା ତଥା ରାଜ୍ୟର ସୁରକ୍ଷାକୁ ଉଲ୍ଲଂଘନ କରୁଛି । ଏହି ଆପଗୁଡିକ ଚୀନ୍ ସମେତ ବିଭିନ୍ନ ଦେଶ ଦ୍ୱାରା ବିକଶିତ ହୋଇଛି । ପୂର୍ବରୁ ମଧ୍ୟ ଅନେକ ଚୀନ ଆପ୍ଲିକେସନ ଗୁଡିକୁ ଭାରତରେ ପ୍ରତିବନ୍ଧକ ଲଗାଯାଇଛି । ସରକାରଙ୍କ ତରଫରୁ ଏହି ପ୍ରକ୍ରିୟା ନିରନ୍ତର ଭାବରେ ଚାଲିଛି । କାରଣ ଏସବୁ ଆପ୍ଲିକେସନ ଗୁଡିକ ଜଣେ ବ୍ୟକ୍ତିର ପର୍ସନାଲ ଡିଟେଲ୍ସକୁ ଲିକ କରିଥାଏ। ଓ ସେଗୁଡିକୁ ମୁଖ୍ୟତ ଚୀନ ତଥା ବିଦେଶରେ ଥିବା ଅନ୍ୟାନ୍ୟ ସର୍ଭରକୁ ପଠାଇ ଥାଏ ।

ସରକାର ମଧ୍ୟ ପୂର୍ବରୁ ସୂଚିତ କରିଛନ୍ତି ଯେ ନାଗରିକ ମାନେ କୌଣସି ଆପ୍ଲିକେସନକୁ ନିଜ ମୋବାଇଲେ ଇନଷ୍ଟଲ କରିବା ପୂର୍ବରୁ ତାହା ବିଷୟରେ ପୂରା ତଥ୍ୟ ହାସଲ କରନ୍ତୁ ଓ କୌଣସି ସନ୍ଦେହ ଜନକ ଆପ୍ଲିକେସନକୁ ମୋବାଇଲେ ଡାଉନଲୋଡ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.