ପାଖରେ ବସିଥିବା ବ୍ୟକ୍ତି ବି ପଢ଼ିପାରିବେ ନାହିଁ ଆପଣଙ୍କ ହ୍ଵାଟ୍ସଆପ ଚାର୍ଟ, ଆପଣାନ୍ତୁ ଏହି କମାଲ ଟ୍ରିକ୍‌

କେବଳ ଭାରତରେ ନୁହେଁ ସାରା ଦୁନିଆରେ ଅଧିକାଂଶ ଲୋକ ହ୍ଵାଟ୍ସଆପ ବ୍ୟବହାର କରିଥାନ୍ତି । ଏହାକୁ ପ୍ରାଥମିକ ଚାଟିଂ ଆପ ଭାବେ ବ୍ୟବହାର କରାଯାଇଥାଏ । ଏଥିରେ ପ୍ରାଇଭେଟ ଓ ସିକ୍ରେଟ କଥା ଆମେ ସେୟାର କରିଥାଉ । ହେଲେ ଯେତେବେଳେ ପବ୍ଲିକ ସ୍ଥାନରେ ଆମେ ଚାର୍ଟ ମାଧ୍ୟମରେ କଥାବାର୍ତ୍ତା କରିଥାଉ, ଆମକୁ ଅସୁବିଧା ହୋଇଥାଏ ।

କାରଣ ଆମ ଚାର୍ଟ କାଳେ କାହା ନଜରରେ ପଡ଼ିଯିବ । ନିକଟରେ ବସିଥିବା ବ୍ୟକ୍ତି ଆମ ଫୋନ ସ୍କ୍ରିନକୁ ଦେଖିବା ଯୋଗୁ ଏହି ଅସୁବିଧା ହୋଇଥାଏ । ହେଲେ ଆମେ ଏହି ପରିସ୍ଥିତିରୁ ମୁକୁଳି ପାରିବା । ଆମେ ଏଠରେ ଆପଣଙ୍କୁ ଏମିତି ଆପ୍‌ ସମ୍ପର୍କରେ କହିବୁ ଯାହାଦ୍ୱାରା ଆପଣ ହ୍ଵାଟ୍ସଆପ ଉପରେ ପରଦା ଲଗାଇପାରିବେ ।

ଏହାଦ୍ୱାରା ପାଖରେ ବସିଥିବା ବ୍ୟକ୍ତି ଆପଣଙ୍କ ଚାର୍ଟିଂ ଦେଖିପାରିବେ ନାହିଁ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ MaskChat-Hides Chat ଆପ୍‌ (ଆଣ୍ଡ୍ରଏଡ ଫୋନରେ) ଡାଉନଲୋଡ କରନ୍ତୁ । ଏଥିପାଇଁ ଏଡ୍‌ ଫ୍ରି ଏକ୍ସପେରିଏନ୍ସ ପାଇଁ ସବ୍ସକ୍ରିପସନ ନେବାକୁ ହେବ । ଏହା ଆପଣଙ୍କ ଚାର୍ଟକୁ ଲୁଚାଇବାରେ ସାହାଯ୍ୟ କରିବ । ଅର୍ଥାତ ଏହା ଆପଣଙ୍କ ଫୋନରେ ଡିଜିଟାଲ ପରଦା ଲଗାଇପାରିବ ।

ଫଳରେ ଆପଣ ବିନା ଟେନସନରେ ଚାଟିଂ କରିପାରିବେ । ଏହି ଆପ ହ୍ଵାଟ୍ସଆପ ଛଡା ଇନ୍‌ଷ୍ଟ୍ରାଗାମ ଓ ଫେସବୁକ୍‌ ଭଳି ଅନ୍ୟ ଆପ୍‌ ପାଇଁ ମଧ୍ୟ କାମ କରିବ ।ଏହା ଖୋଲିବା ମାତ୍ରେ ଆପଣଙ୍କ ସ୍କି୍ରନ ଉପରେ ଫ୍ଲୋଟିଂ ମାସ୍କ ଆଇକନ ଦେଖାଦେବ ।

ଯେତେବେଳେ ଆପଣ ସ୍କି୍ରନକୁ ଅନ୍ୟ ଠାରୁ ଲୁଚାଇବାକୁ ଚାହିଁବେ ତ ଏହି ଫ୍ଲୋଟିଂ ଆଇକନ୍‌ ଉପରେ କ୍ଲିକ କରିବେ । ଏହା ପରେ ଆପଣଙ୍କ ଫୋନ ଉପରେ ଡିଜିଟାଲ ପରଦା ବା ଓ୍ଵାଲପେପର ଆସିଯିବ । ଏହାର ଫଟୋକୁ ଆପଣ ଆପଣଙ୍କ ସାଇଜରେ ବଦଳାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.