ଦମଦାର ଫିଚର୍ସ ସହ ଆସୁଛି ମହିନ୍ଦ୍ରାର ନୂଆ ମଡେଲ Mahindra Scorpio, ଦେଖନ୍ତୁ

ଦେଶର ପ୍ରମୁଖ ଗାଡ଼ି କମ୍ପାନୀ ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଖୁବ ଶୀଘ୍ର ଘରୋଇ ବଜାରରେ ନିଜର ଫେମସ ଏସୟୁବି ମହିନ୍ଦ୍ରା ସ୍କର୍ପିୟୋର ଲାଟେଷ୍ଟ ମଡେଲ ଲଞ୍ଚ କରିବାକୁ ଯାଉଛି । ଏହାର ମଡେଲକୁ କିଛିଦିନ ପୂର୍ବରୁ ରାଜସ୍ଥାନରେ ଟ୍ରେସିଙ୍ଗ କରିବା ସମୟରେ ଦେଖିବାକୁ ମିଳିଥିଲା । ଏହି ଏସୟୁବିର କିଛି ଇଣ୍ଟିରିୟର ଡିଜାଇନ ସାମ୍ନାକୁ ଆସିଛି ।

ତେବେ ଏହି ଗାଡ଼ିର ଲାଟେଷ୍ଟ ଫିଚର୍ସ ମଧ୍ୟ ସାମ୍ନାକୁ ଆସିଛି । କମ୍ପାନୀ ଏହାକୁ ୪ର୍ଥ ଜେନେରେସନ ମଡେଲରେ ପ୍ରିମିୟମ ଡିସବୋର୍ଡ ସହିତ ଟଚ୍ ସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମର ସୁବିଧା ଦେଇଛି । ଏହାକୁ ଆପଲ କାର ଏବଂ ଆଣ୍ଡ୍ରେଏଡ କାରରେ କନେକ୍ଟ କରାଯାଇପାରିବ । ଭର୍ଟିକାଲ ସାଇଜର ଏସି ଦିଆଯାଇଛି । ଏଥିରେ ଦୁଆଲ ଜୋନ, କ୍ଲାଇମେଟ ଜୋନ, ମିଡିଆ କଣ୍ଟ୍ରୋଲ, ଡିଫାଙ୍ଗର , ହିଟର, ହିଲ ହୋଲ୍ଡ ସହ ୩୬୦ଡିଗ୍ରୀ କ୍ୟାମେରା ଫିଚର୍ସ ଦିଆଯାଇଛି ।

ସେଫ୍ଟି ଫିଚର୍ସକୁ ନଜର କଲେ ଏଥିରେ ଆଣ୍ଟି ଲକ ବ୍ରେକିଂ ସିଷ୍ଟମ ସହ ଇଲେକଟ୍ରୋନିକ ବ୍ରେକଫୋର୍ସ ଡିଷ୍ଟିବ୍ୟୁସନ ଏବଂ ବିଏସସି ସହିତ ସ୍ପିଡ ଆଲର୍ଟ, ପାର୍କିଂ ସେସଂର ଆଦି ରହିଛି । ଏହି ଗାଡ଼ିରେ ୨.୦ ଲିଟର କ୍ଷମତାର mStallion ଟର୍ବୋଚାର୍ଜ ପେଟ୍ରୋଲ ଇଞ୍ଜିନ ଦିଆଯାଇଛି । ନୂଆ ଫିଚର୍ସ ସହ ଏହି ଗାଡ଼ି ସାଇଜ ବଡ଼ ରହିଛି । ତେବେ ଏହାର ଦାମକୁ ନେଇ ଏ ପର୍ଯ୍ୟପ୍ତ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.