ଗୁରୁବାର ରାତିରୁ ଠପ୍ ହୋଇପଡିଛି Paytm ସେବା, ୟୁଜର୍ସ କରିପାରୁନାହାନ୍ତି ଅନଲାଇନ ପେମେଣ୍ଟ

ଅନଲାଇନ ପେମେଣ୍ଟ ଆପ୍ ପେଟିଏମ୍(Paytm) ସର୍ଭିସ ଗୁରୁବାର ରାତିରୁ ଠପ୍ ହୋଇଯାଇଛି। ଯେଉଁଥିପାଇଁ ୟୁଜର୍ସ ବିଭିନ୍ନ ସମସ୍ଯାର ସମ୍ମୁଖୀନ ହେଉଛନ୍ତି। ଆପ୍ ଖୋଲିବା ମାତ୍ରେ ସର୍ଭିସ ନଟ୍ ଆଭେଲବଲ(Service Not Available) ମେସେଜ ସ୍କ୍ରିନରେ ଶୋ ହେଉଛି।

ଏହା ପରେ ହଜାର ହଜାର ୟୁଜର୍ସ ଟ୍ବିଟରରେ ପେଟିଏମ ଟ୍ଯାଗ କରି ସମସ୍ଯା ବିଷୟରେ ଜଣାଇବା ସହିତ ଜଲଦି ଠିକ୍ କରିବାକୁ କହିଛନ୍ତି। ୟୁଜର୍ସଙ୍କ କହିବା ଅନୁଯାୟୀ, ଆପ୍ କାମ କରୁନାହିଁ, ତେଣୁ ପେମେଣ୍ଟ କରିବାରେ ସମସ୍ଯା ହେଉଛି। ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ସମସ୍ଯାର ସମାଧାନ ଏପର୍ଯ୍ଯନ୍ତ ହୋଇପାରିନାହିଁ।

Paytm Money ଟ୍ବିଟ୍ କରି କହିଛି କି, ଡିଏନଏସ ପ୍ରୋଭାଡର ଯୋଗୁଁ ସେବା ପ୍ରଭାବିତ ହୋଇଛି। ଆମେ ଏହାକୁ ଖୁବଶୀଘ୍ର ଠିକ୍ କରିବା ପାଇଁ ଚେଷ୍ଟା କରୁଛୁ। ଏହା ସହିତ ପେଟିଏମ ଯୋଗୁଁ FedEx, Paytm Money, NDTV, Cricinfo, Cricbuzz, Hotstar, SonyLiv, Airbnb, Hsbc ସାଇଟ ମଧ୍ୟ ଖୋଲୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.