ଥରେ ଚାର୍ଜ କଲେ ଚାଲିବ ଗୋଟିଏ ସପ୍ତାହ, ପାଣିରେ ବୁଡ଼ିଲେ ବି ହେବନି ଖରାପ, ଜାଣନ୍ତୁ Oukitel WP19ର ଖାସିୟତ

ଦୁନିଆର ସବୁଠୁ ବଡ଼ ବ୍ୟାଟେରୀ ଥିବା ସ୍ମାର୍ଟଫୋନ ରେ ମିଳୁଛି ବମ୍ପର ଡିସକାଉଣ୍ଟ। ଫୋନରେ 21000mAh ଦମଦାର ବ୍ୟାଟେରୀ ରହୁଛି। ଯାହା ଚାଲିବ ଦୁଇ କି ତିନି ଦିନ ନୁହେଁ ବରଂ ୩ମାସ ପର୍ଯ୍ୟନ୍ତ । ଆସନ୍ତୁ ଜାଣିବା ଏହି ଫୋନରେ କଣ ରହିଛି ଖାସିୟତ..

ଆମେ କହୁଛୁ Oukitel WP19 Rugged Phone କଥା। ଯେଉଁଥିରେ ମିଳୁଛି ଶାନଦାର ଡିଲ। ଏଥିରେ ଥିବା ବ୍ୟାଟେରୀ ଦୁନିଆର ପ୍ରଥମ ବଡ଼ ବ୍ୟାଟେରୀ ରଗ୍ଡ ଫୋନ ରୂପେ ଜଣାଯାଏ। ଏବେ କେବଳ ଆମାଜନ ୟୁଏସ ରେ ୧୫% ଡିସକାଉଣ୍ଟରେ ଏହାକୁ ବିକ୍ରି କରାଯାଉଛି। ଏହାର ଦାମ ୪୪୯ ଡଲାର ମାନେ ପାଖାପାଖି ୩୬,୬୬୦ ଟଙ୍କା ରେ ବିକ୍ରି କରାଯାଏ। ତାହା ଏବେ କେବଳ ୩୮୨.୪୯ ଡଲାର ମାନେ ୩୧, ୨୩୦ ଟଙ୍କାରେ ବିକ୍ରି ହେଉଛି। ଏହି ଡିଲ ୯ ଅକ୍ଟୋବର ୨୦୨୨ ରେ ଶେଷ ହୋଇଯିବ।

Oukitel WP19 ର ସବୁଠୁ ବଡ଼ କଥା ହେଉଛି ଏହାର ବ୍ୟାଟେରୀ କାପାସିଟିକୁ ନେଇ.. ଫୋନ 21000mAh ବ୍ୟାଟେରୀ ସହ ମାର୍କେଟକୁ ଆସିଛି। ଏହାର ଫୋନ ବ୍ୟାଟେରୀ କ୍ଷମତା 5000mAh ରୁ ୪ ଗୁଣା ରହିଛି। ଏହି ବ୍ୟାଟେରୀକୁ ଚାର୍ଜ କଲେ ୭ ଦିନ ପର୍ଯ୍ୟନ୍ତ କାମ କରିଥାଏ। ଏହାର 33W ଫାଷ୍ଟ ଚାର୍ଜର ଫୋନକୁ ୩ ଘଣ୍ଟା ମଧ୍ୟରେ ୦ ରୁ ୮୦% ପର୍ଯ୍ୟନ୍ତ ଶୀଘ୍ର ଚାର୍ଜ କରାଇନିଏ। ଏହାବ୍ୟତିତ ରିଭର୍ସ ଚାର୍ଜିିଂ ଫଙ୍କସନ ସହଜରେ ଫୋନକୁ ମିନି ପାଓ୍ଵର ବ୍ୟାଙ୍କରେ ବଦଳାଇଥାଏ। WP19 ନିଜ 21000mAh ର ବଡ଼ ବ୍ୟାଟେରୀ କ୍ଷମତା ସହିତ ଆଡଭେଞ୍ଚର ଲବର୍ସ ଓ ଗ୍ଲୋବ ଟ୍ରାଟର୍ସ ପାଇଁ ଏକଦମ ବଢ଼ିଆ ହୋଇଥାଏ । ଏହାଦ୍ୱାରା ଫୋନ ଆପଣଙ୍କ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଚାଲିଯାଏ ।

Oukitel WP19 ରେ ୩୯୭ ପିକ୍ସଲ ପ୍ରତି ଇଞ୍ଚର PPI ଓ 90Hzର ରିଫ୍ରେଶ ରେଟ ସହିତ 6.79 ସହିତ FHD+ଡିସପ୍ଲେ ସାମିଲ ରହିଛି। ମିଡିଆଟେକ ହେଲିଓ ଜି୯୫ ପ୍ରୋସେସର ଦ୍ୱାରା ଏହା ସଞ୍ଚାଳିତ ହେଉଛି। ଫୋନରେ ୮ଜିବି ରାମ ସହ ୨୫୬ ଜିବି ରୋମ୍‌ ରହିଛି। ଏହା IP68, IP69K ଓ MIL STD-810H ସାର୍ଟିଫିକେସନ ସହ ନିଜ ଇଣ୍ଡଷ୍ଟ୍ରିଆଲ ରଗର୍ଡନେସ ରଖିଛି। ଯାହା ହାର୍ସ ଓ ଏକ୍ସଷ୍ଟ୍ରିମ ଆଉଟଡୋର ପାଇଁ ଏକଦମ ବଢ଼ିଆ। ଏଥିରେ ଫିଙ୍ଗରପ୍ରିଣ୍ଟସ୍‌ ଓ ଫେସ୍‌ ଆଇଡି , ଏନଏଫସି ଗୁଗଲ ପେ, କଷ୍ଟମାଇଜ୍ଡ ଆଦି ସାମିଲ ରହିଛି।

ଫୋନରେ ଏକ ସାମସଙ୍ଗ ୬୪ ଏମପି ମୁଖ୍ୟ କ୍ୟାମେରା ଓ Sony IMX350 20MP ନାଇଟ ବିଜନ ସେଂସର ରହିଛି। ଏଥିରେ ହାଇକ୍ୱାଲିଟି ଇମେଜ କ୍ୟାପଚର କରିହେବ। ଏହାବ୍ୟତିତ WP19 ର ପଛରେ ୪ ଇନଫର୍ମଡ ରେଡିଏସନ ଏମିଟର୍ସ ୨୦ ମିଟର ପର୍ଯ୍ୟନ୍ତ ରହିଛି। ଯେଉଁଥିରେ ଏହା ଓ୍ଵାଇଲଡ ଲାଇଫ ଫଟୋଗ୍ରାଫି ପାଇଁ ଏକଦମ ଠିକ ରହୁଛି। ନାଇଟ ଭିଜନ କ୍ୟାମେରା ଭି ଭଲ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.