ଭାରତରେ ଲଞ୍ଚ ହେଲା Vivo Y12Gର ବଜେଟ୍ ଫୋନ, ଏଥିରେ ଡୁଆଲ କ୍ୟାମେରା ଏବଂ 5000 MAh ବ୍ୟାଟେରୀ ରହିଛି

ଭିଭୋ ସ୍ମାର୍ଟଫୋନ କ୍ୟାମେରା ପାଇଁ ସବୁବେଳେ ଲୋକପ୍ରିୟ । ସାଧାରଣତଃ ଦାମୀ ଫୋନରେ ଭଲ ଫିଚର୍ସ ଥିବା କୁହାଯାଏ ହେଲେ ଭିଭୋର ଏହି ଅଳ୍ପ ବଜେଟର ଫୋନରେ ଆପଣ ବହୁତ ଭଲ ଫିଚର୍ସ ପାଇପାରିବେ । ନିକଟରେ କମ୍ପାନୀ ଏହାର ନୂଆ ସ୍ମାର୍ଟଫୋନ Vivo Y12Gକୁ ଭାରତରେ ଲଞ୍ଚ କରିଛି । ଭିଭୋର ଏହି ସ୍ମାର୍ଟଫୋନ ଡୁଆଲ କ୍ୟାମେରା ସେଟଅପ, ୱାଟରଡ୍ରପ ନଚ୍ ଡିସ୍ପ୍ଲେ ଭଳି ଅନେକ ଫିଚର୍ସ ରହିଛି । କମ୍ପାନୀ ଫୋନରେ ଅନକେ ପ୍ରି-ଲୋଡେଡ ଫିଚର୍ସ ଯେମିତିକି Multi Turbo 3.0, ଫୋନକୁ କଷ୍ଟମାଇ କରିବା ପାଇଁ ଅନେକ ଅପ୍ସନ ମଧ୍ୟ ରହିଛି । Vivo Y12G ଫୋନର ମୁକାବିଲା ସାମସଙ୍ଗ ଗାଲାକ୍ସି ଏମ୧୨, ରେଡମୀ ୯ ପାୱାର ଏବଂ ପୋକୋ ଏମ୨ ସହ ହେବାକୁ ଯାଉଛି ।

Vivo Y12Gର ଦାମ ଭାରତରେ ୧୦,୯୯୦ ଟଙ୍କା ରଖାଯାଇଛି । ଯାହା ଏହାର ୩ ଜିବି ୩୨ଜିବି ଭାରିଏଣ୍ଟ ପାଇଁ ରହିଛି । ବର୍ତ୍ତମାନ ଫୋନ ଗ୍ଲେସିୟର ବ୍ଲୁ ଏବଂ ଫ୍ୟାନଟମ୍ ବ୍ଲାକ କଲରରେ ଉପଲବ୍ଧ । ଇ-କମର୍ସ ୱେବସାଇଟ ଏବଂ ଅନ୍ୟ ଉତ୍ସରୁ ମଧ୍ୟ ଏହି ଫୋନକୁ କିଣିପାରିବେ ।

କଣ ରହିଛି ଏହାର ଫିଚର୍ସ:

ଫୋନରେ ଡୁଆଲ 4G Dual Nano sim ରହିଛି । Vivo Y12G ସ୍ମାର୍ଟଫୋନ Android ଏବଂ Funtouch OS 11 ଦ୍ୱାରା ପରିଚାଳିତ । ଏଥିରେ 6.51 inchର HD+ ଡିସପ୍ଲେ ଦିଆଯାଇଛି । ଫୋନରେ Octa Core Qualcomm Snapdragon 439 ପ୍ରୋସେସର ଦିଆଯାଇଛି । ଏହା ସହ 3 GB RAM ଏବଂ 32 GB ଇଣ୍ଟରନାଲ ଷ୍ଟୋରେଜ ରହିଛି । ମେମୋରୀ କାର୍ଡ ଦ୍ୱାରା ଏହାର ଷ୍ଟୋରେଜକୁ ବଢ଼ାଯାଇପାରିବ ।

ଫଟୋଗ୍ରାଫୀ ପାଇଁ ଏଥିରେ ଡୁଆଲ କ୍ୟାମେରା ସେଟଅପ ରହିଛି । ଯେଉଁଥିରେ 13 MPର ପ୍ରାଇମେରୀ କ୍ୟାମେରା ରହିଛି, ଏହା ସହ 2 MP ସେକେଣ୍ଡାରୀ କ୍ୟାମେରା ରହିଛି । ସେହିଭଳି ସେଲ୍ଫି ପାଇଁ 8MPର ଫ୍ରଣ୍ଟ କ୍ୟାମେରା ରହିଛି ।

କନେକ୍ଟିଭିଟି ପାଇଁ ଏଥିରେ 4G, WI-FI, Bluetooth v5.0, GPS/A-GPS, FM Radio, 3.5 MMjack ରହିଛି । 5000 mAh ବ୍ୟାଟେରୀ ସହ 10Wର ଫାଷ୍ଟ ଚାର୍ଜିଂ ସୁବିଧା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.