ହ୍ୱାଟ୍ସଆପ୍ ହେଉଛି ଏକ ଲୋକପ୍ରିୟ ମେସେଜିଂ ଆପ୍। ଯଦିଓ ଏହି ଆପର ସମସ୍ତ ଫିଚର ୟୁଜର୍ସ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ, କିନ୍ତୁ ଏହାର ‘Last Seen’ ଫିଚର ବେଳେବେଳେ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ବିଶେଷକରି ଯେତେବେଳେ ଆପଣ କାହାକୁ ମେସେଜ ଦେବାକୁ ଚାହୁଁନାହାଁନ୍ତି। କିନ୍ତୁ ଏବେ ହ୍ୱାଟ୍ସଆପ ନୂଆ ଅପଡେଟ ସହ ନୂଆ ପ୍ରାଇଭେସୀ ଅପ୍ସନ ଆଣିବା ପାଇଁ ପ୍ରସ୍ତୁତ ହେଉଛି । ଯାହା ଦ୍ୱାରା ଉପଭୋକ୍ତାମାନଙ୍କ ‘Last Seen’ କିଏ ଦେଖି ପାରିବେ ଏବଂ କିଏ ଦେଖି ପାରିବେ ନାହିଁ ତାହା ସ୍ଥିର କରିବାକୁ ସମର୍ଥ ହେବେ। ଏହାର ଅର୍ଥ ହେଉଛି ୟୁଜର୍ସ ମାନେ ସେମାନଙ୍କର ‘Last Seen’ କିଛି ଲୋକଙ୍କୁ ଲୁଚାଇ ପାରିବେ ।
ଏହି ଫିଚର ବର୍ତ୍ତମାନ ବିଟା ଭର୍ଜନ ପାଇଁ ରହିଛି । ଲାଷ୍ଟ ସିନ ଦ୍ୱାରା ଏହା ଜଣାଯାଏ ଯେ ଆମେ ଯାହାକୁ ମେସେଜ ପଠାଉଛୁ କିମ୍ବା ପଠାଇବାକୁ ଚାହୁଛୁ ସେ ଶେଷ ଥର କେତେବଳେ ଅନଲାଇନ ରହିଥିଲେ, ଏବଂ କେହିବି ଚାହିଁନଥାନ୍ତି ଯେ କେହି ଅନଲାଇନ ରହିବି ଆପଣଙ୍କ ମେସେଜ ନ ଦେଖୁ । ବର୍ତ୍ତମାନ ଏହାର ବିଟା ଟେଷ୍ଟିଂ ଜାରି ରହିଛି ।
WABetaInfo ଏହି ନୂତନ ଫିଚର ବିଷୟରେ ସୂଚନା ଦେଇଛି ଏବଂ ସ୍କ୍ରିନସଟ୍ ମଧ୍ୟ ସେୟାର୍ କରିଛି, ଯେଉଁଥିରେ ଆଣ୍ଡ୍ରଏଡ୍ ଆପ୍ ରେ ଏହି ଫିଚର କିପରି ଦେଖାଯିବ ତାହା ଦେଖିହେବ । ବର୍ତ୍ତମାନ, ଯଦି ଉପଭୋକ୍ତାମାନେ ସେମାନଙ୍କର ‘Last Seen’କୁ ଲୁଚାଇବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ସେଟିଂକୁ ଯିବାକୁ ପଡିବ, ତା’ପରେ ଆକାଉଣ୍ଟକୁ ଯାଆନ୍ତୁ, ଏହା ପରେ ପ୍ରାଇଭେସି ଅପ୍ସନକୁ ଯାଆନ୍ତୁ, ଏବଂ ଏହା ପରେ ଏଠାରେ ‘Last Seen’ ର ବିକଳ୍ପ ଦେଖାଯିବ ।
ଏବେ ଲାଷ୍ଟ ସିନ ଅପ୍ସନରେ କେବଳ ତିନୋଟି ଅପ୍ସନ ରହିଛି , Everyone, My Contacts ଏବଂ Nobody । ନୂଆ ଅପଡେଟ ପରେ ୟୁଜର୍ସଙ୍କୁ My Contacts Except ଅପ୍ସନ ମିଳିବ । ହ୍ୱାଟ୍ସଆପର ଏହି ନୂଆ ଅପଡେଟ ଦ୍ୱାରା ଆପଣ ବାଛିଥିବା କଣ୍ଟାକ୍ଟ ଠାରୁ ଲାଷ୍ଟ ସିନ ଲୁଚାଇବାର ଅନୁମତି ଦେବ । ପ୍ରୋଫାଇଲ୍ ଫଟୋ ଦେଖିବା ପାଇଁ ଯାହା ସେଟ୍ ଅପ୍ ରହିଛି ଏହା ଠିକ ସେହିପରି ।