5G ଫୋନ୍‌ କିଣିବାର ବଢ଼ିଆ ମଉକା; Xiaomi ଦେଉଛି ୧୦,୪୦୦ ଟଙ୍କା ପର୍ଯ୍ୟନ୍ତ ଜବରଦସ୍ତ ରିହାତି

ଦେଶର କିଛି ସହରରେ 5G ଆରମ୍ଭ ହୋଇସାରିଛି। ଯଦି ଆପଣ 4G ଫୋନରୁ 5G ହ୍ୟାଣ୍ଡସେଟକୁ ସ୍ୱିଚ୍‌ କରିବାକୁ ଚାହୁଁଛନ୍ତି, ତା’ ହେଲେ ଆପଣଙ୍କ ପାଖରେ ଏକ ବଡ଼ ସୁଯୋଗ ରହିଛି। Xiaomiର ଦିଓ୍ଵାଲି ସେଲରେ ଆପଣ ଦମ୍‌ଦାର ସ୍ମାର୍ଟଫୋନ Xiaomi 11T Pro 5Gକୁ ଜବରଦସ୍ତ ରିହାତି ସହିତ କିଣିପାରିବେ। 12 GB ପର୍ଯ୍ୟନ୍ତ ର‍୍ୟାମ୍‌ ଏବଂ 256 GB ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍ ସହିତ ଆସୁଥିବା ଏହି ଫୋନର ପ୍ରାରମ୍ଭିତ ମୂଲ୍ୟ ରହିଛି ୩୪,୯୯୯ ଟଙ୍କା।

ଦିୱାଲି ସେଲରେ ଆପଣ ଏହି ଫୋନକୁ ମାତ୍ର ୭,୪୦୦ ଟଙ୍କା ପର୍ଯ୍ୟନ୍ତ ଇନ୍‌ଷ୍ଟାଣ୍ଟ ରିହାତି ସହିତ କିଣିପାରିବେ। ଏହି ରିହାତି ପାଇଁ ଆପଣଙ୍କୁ ବ୍ୟାଙ୍କ ଅଫ୍ ବରୋଦାର ଡେବିଟ୍ କାର୍ଡରୁ ପେମେଣ୍ଟ କରିବାକୁ ହେବ। ଏହା ବ୍ୟତୀତ ଯଦି ଆପଣ ଫୋନ୍‌କୁ ଏକ୍ସଚେଞ୍ଜ ଅଫରରେ ନେଉଛନ୍ତି, ତା’ ହେଲେ ଆପଣଙ୍କୁ ୩ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ମଧ୍ୟ ମିଳିବ। ଏହି ଦୁଇଟି ଅଫର ସହିତ ଏହି ଫୋନ୍ ୧୦,୪୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ସହ ଆପଣଙ୍କର ହୋଇପାରେ।

ଫିଚର ଓ ସ୍ପେସିଫିକେସନ

ଏହି ଫୋନ 2400×1080 ପିକ୍ସଲ ରେଜୋଲ୍ୟୁସନର 6.67 ଇଞ୍ଚର AMOLED DotDisplay ସହିତ ଆସିଥାଏ। ଫୋନରେ ମିଳୁଥିବା ଏହି ଡିସ୍‌ପ୍ଲେର ଆସ୍‌ପେକ୍ଟ ଅନୁପାତ ହେଉଛି 20: 9। ଏହା 120Hzର ରିଫ୍ରେସ୍‌ ରେଟ୍‌ ଏବଂ 480Hz ପର୍ଯ୍ୟନ୍ତ ଟଚ୍‌ ସାମ୍ପ୍‌ଲିଙ୍ଗ୍‌ ରେଟ୍‌କୁ ସପୋର୍ଟ କରିଥାଏ। ବଢ଼ିଆ ପିକ୍ଚର କ୍ୱାଲିଟି ପାଇଁ ଏଥିରେ ଡଲବି ଭିଜନ ସପୋର୍ଟ ମଧ୍ୟ ଉପଲବ୍ଧ ରହିଛି। ଏହା ବ୍ୟତୀତ ଡିସ୍‌ପ୍ଲେ ସୁରକ୍ଷା ପାଇଁ ଏଥିରେ କର୍ନିଙ୍ଗ ଗୋରିଲା ଗ୍ଲାସ ଭିକ୍ଟସ ମଧ୍ୟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.